ଆଜିଠୁ ସରକାରୀ ସ୍କୁଲରେ ନାମଲେଖା, ହ୍ବାଟ୍ସଆପରେ ସୂଚନା ପାଇବେ ଅଭିଭାବକ
ଆଜିଠୁ ସରକାରୀ ସ୍କୁଲରେ ନାମଲେଖା, ହ୍ବାଟ୍ସଆପରେ ସୂଚନା ପାଇବେ ଅଭିଭାବକ
ଭୁବନେଶ୍ଵର: ରାଜ୍ୟର ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲଗୁଡ଼ିକରେ ମଙ୍ଗଳବାରଠାରୁ ନାମଲେଖା ଆରମ୍ଭ ହେବ। ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଡିପିସିଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ନାମଲେଖା ସମ୍ପର୍କରେ ‘ଶିକ୍ଷା ସଂଯୋଗ’ ହ୍ବାଟ୍ସଆପ୍ ଗ୍ରୁପ ଜରିଆରେ ଅଭିଭାବକମାନଙ୍କୁ ସୂଚନା ଦିଆଯିବ। ନାମଲେଖା କାର୍ଯ୍ୟ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ଚିଠିରେ ଅତିରିକ୍ତ ସଚିବ ନିର୍ଦେଶ ଦେଇଛନ୍ତି।
ତେବେ କରୋନାକୁ ଦୃଷ୍ଟିରେ ରଖି କେତେକ କଟକଣା ମଧ୍ୟ ଲାଗୁ ହୋଇଛି। ଯେମିତି କି ଏକ ସମୟରେ ୫ ଜଣରୁ ଅଧିକ ଅଭିଭାବକ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ବୋଲି ଚିଠିରେ କୁହାଯାଇଛି। ନାମଲେଖା ସମୟରେ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ମଧ୍ୟ ଚିଠିରେ ନିର୍ଦେଶ ଦିଆଯାଇଛି।



0 Comments:
Post a Comment
Subscribe to Post Comments [Atom]
<< Home